ଦେବଗଡ: ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପାଶ୍ୱର୍ରେ ଜିଲ୍ଲା ପଂଚାୟତ ସାଧନା କେନ୍ଦ୍ର ନିର୍ମାଣ ପାଇଁ ଭିତିପ୍ରସ୍ତର ସ୍ଥାପନ
ଦେବଗଡ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପାର୍ଶ୍ଵରେ ଜିଲ୍ଲାପରିଷଦ ବିଭାଗ ପକ୍ଷରୁ ନୂତନ ପଞ୍ଚାୟତ ସାଧନା କେନ୍ଦ୍ର କାର୍ୟ୍ୟାଳୟ ନିର୍ମାଣ ପାଇଁ ଆଜି ଦିନ ୧୧ ଟାରେ ଭିତିପ୍ରସ୍ତର ସ୍ଥାପନ କରାଯାଇଛି । ମୁଖ୍ୟଅତିଥି ଭାବେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଯୋଗଦେଇ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ, ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ବର୍ଷାରାଣୀ ମୁଣ୍ଡାଙ୍କ ସମେତ ଅନ୍ୟ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ଓ ସଭ୍ୟା ସାମିଲ ହୋଇଥିଲେ।