ରିଆମାଳ ବ୍ଲକ ତାବଡା ଗ୍ରାମରେ ଗୁରୁଦ୍ରୋଣାଚାର୍ଯ୍ୟ କ୍ରିକେଟ କ୍ଲବ ପକ୍ଷରୁ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଂଟ ସୋମବାର ସନ୍ଧ୍ୟା ୫ ଟାରେ ଉଦଯାପିତ ହୋଇଯାଇଛି । ଏହି ଅବସରରେ ସନ୍ଧ୍ୟାରେ ଅନୁଷ୍ଠିତ ଉଦଯାପନୀ ତଥା ପୁରସ୍କାତ ବିତରଣୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ, ଜିଲ୍ଲା ବିଜେପି ସଭାପତି ଅରୁଣ କୁମାର ସାହୁ, ବରିଷ୍ଠ ବିଜେପି ନେତା ଯୋଗେଶ ଚନ୍ଦ୍ର ପ୍ରଧାନ, ମୀନକେତନ ପ୍ରଧାନ, ତିଲେଇବଣି ବ୍ଲକ ଅଧ୍ୟକ୍ଷା ବୃନ୍ଦାବତୀ ଭୋଇ, ପାଂଜିଆ ଭୋଇ ପ୍ରମୁଖ ମଂଚାସୀନ ରହି ବିଜେତା ଏବଂ ଉପବିଜେତା ଦଳକୁ ପୁରସ୍କାର ପ୍ରଦାନ କରିଥିଲେ ।