ରିଆମାଳ ବନାଂଚଳ ରେଙ୍ଗାଲବେଡା ସେକ୍ସନ ବୁଢିଦୋ ବିଟ୍ ଅନ୍ତର୍ଗତ ମଧୁପାଲି ନିକଟରେ ୧୬ ଟିକିଆ ହାତୀ ପଲ ଉପଦ୍ରବ ଜାରି ରହିଛି । ସୋମବାର ରାତି ୧୧ ଟାରେ ବନବିଭାଗ ଠାରୁ ଏନେଇ ସୂଚନା ମିଳିଛି । ଉକ୍ତ ହାତୀ ପଲରେ ଗୋଟିଏ ଦନତା ହାତୀ, ୭ ମାଈ ହାତୀ ଏବଂ ୮ ଟି ହାତୀ ଶାବକ ରହିଥିବା ଜଣାପଡିଛି । ଜଙ୍ଗଲ ଭିତରୁ ବାହାରି ଆସି ଗାଁ ନିକଟରେ ହାତୀ ଉପଦ୍ରବ କରୁଥିବା ବେଳେ ଉକ୍ତ ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଏବେ ଧାନ ଅମଳ ସମୟ ହୋଇଥିବା ବେଳେ ହାତୀ ଉପଦ୍ରବ ଯୋଗୁଁ କ୍ଷୟକ୍ଷତି ଘଟୁଛି ।