*ମହାତ୍ମା ଗାନ୍ଧୀଙ୍କ ୧୫୭ ତମ ଜୟନ୍ତୀ ପାଳନ, ଭୋଟ ଚୋର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଇସ୍ତଫା ଓ ଗିରଫ ଦାବି, ଘଟଣା ପର ରାଜ୍ୟରେ ପୁନଃ ନିର୍ବାଚନ, ୨୦୨୩ର ଭୋଟର ତାଲିକା ବାହାଲ ପାଇଁ ଆମ୍ ଆଦମୀ ପାର୍ଟିର ବିକ୍ଷୋଭ ଓ ଶୋଭାଯାତ୍ରା*
ଢେଙ୍କାନାଳ : ଆଜି ଶୁକ୍ରବାର ଆମ୍ ଆଦମୀ ପାର୍ଟି ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ୧୫୭ ତମ ଜୟନ୍ତୀ ପାଳନ ହୋଇଯାଇଛି, ଭାରତର ମୁଖ୍ୟ ନିର୍ବାଚନ ଅଧିକାରୀ ଦେଶଦ୍ରୋହୀ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦଳର ବିକ୍ଷୋଭ ଓ ଶୋଭାଯାତ୍ରା ହୋଇଥିଲା। ଜିଲ୍ଲା ସଭାପତି ପଙ୍କଜ ନାୟକଙ୍କ ନେତୃତ୍ୱରେ କଚେରୀ ରୋଡ଼ ସ୍ଥିତ କାର୍ଯ୍ୟାଳୟ ଠାରୁ ଏକ ପଟୁଆରରେ ବାହାରି ବାସଷ୍ଟାଣ୍ଡ ପାଖ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ ସହିତ ଧୂପ ଦ୍ୱିପ ପ୍ରଜ୍ବଳନ କରିଥିଲେ। ସମ୍ପ୍ରତିର ରାଜନୈତିକ ପରିପ୍ରେକ୍ଷିତରେ ଆପ୍ ନେତାମାନେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିର ପୃଷ୍ଠଭୂମିରେ କେଉଁ ଆଇନ ବଳରେ ଭୋଟର ତାଲିକାରୁ ପ୍ରାୟ ୧୪ କୋଟି ଭୋଟରଙ୍କ ନାମ ବାଦ ଦେଇ ଦିଲ୍ଲୀ, ମହାରାଷ୍ଟ୍ର, ହରିୟାନା, ଛତିଶଗଡ, ମଧ୍ୟପ୍ରଦେଶ, ବିହାର, ପଶ୍ଚିମବଙ୍ଗ ପରି ଅନେକ ରାଜ୍ୟରେ ଭାରତୀୟ ଜନତା ପାର୍ଟିର ସରକାର ଗଢିଲେ, ସେ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇଥିଲେ। ଭୋଟ ଚୋରି ଅଭିଯୋଗରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା, ତାଙ୍କ ବିରୁଦ୍ଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରିବା, ୨୦୨୩ ମସିହାର ଭୋଟର ତାଲିକା ବଳବତ୍ତର ରହିବା ଏବଂ ଦିଲ୍ଲୀ, ବିହାର, ପଶ୍ଚିମବଙ୍ଗ, ହରିୟାନା, ମହାରାଷ୍ଟ୍ର ପରି ରାଜ୍ୟରେ ଆଉଥରେ ଭୋଟ କରାଯିବା ଇତ୍ୟାଦି ଦାବିରେ ବିକ୍ଷୋଭକାରୀ ମାନେ ନାରାବାଜି କରିଥିଲେ। ତାଛଡା ନିର୍ବାଚନ ଅଧିକାରୀ ମାନେ କୌଣସି ରାଜନୈତିକ ଚାପରେ ନ ଆସି ନିର୍ବାଚନୀ ବ୍ୟବସ୍ଥାର ସ୍ୱଚ୍ଛତା ଓ ଜବାବଦେହିତା ରହୁ ବୋଲି ଶ୍ରୀ ନାୟକ ଦାବି କରିଥିଲେ। ଏହି ଅବସରରେ ରାଜ୍ୟ ସଂଗଠନ ସମ୍ପାଦକ ଭରତ କୁମାର ଦାସ ଯୋଗଦେଇ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ଭୋଟର ତାଲିକାରେ ନାମ ଯୋଡ଼ା-କଟା ନେଇ ଉଠିଥିବା ପ୍ରଶ୍ନର ନିରପେକ୍ଷ ଭାବେ ସମାଧାନ, ନାଗରିକଙ୍କ ମତଦାନ ଅଧିକାର ଓ ଗଣତାନ୍ତ୍ରିକ ଅଧିକାର ସହ ଯୋଡ଼ିଥିଲେ। ଜିଲ୍ଲା ପୂର୍ବତନ ସଭାପତି ରମେଶ ଚନ୍ଦ୍ର ପଣ୍ଡା କହିଥିଲେ ନିର୍ବାଚନ ପ୍ରକ୍ରିୟା ଉପରେ ଲୋକଙ୍କ ବିଶ୍ୱାସ ଅକ୍ଷୁର୍ଣ୍ଣ ରଖିବା ପାଇଁ ଭୋଟର ତାଲିକା ସମ୍ପର୍କିତ ସମସ୍ତ ପ୍ରଶ୍ନର ସ୍ପଷ୍ଟ ଉତ୍ତର ଏବଂ ଆବଶ୍ୟକ ଯାଞ୍ଚ ହେବା ଦରକାର। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା କହିଥିଲେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍. ଗୋପାଳନ୍ ସ୍ୱେଚ୍ଛା ଅବସର ପାଇଁ ଆବେଦନ କରିଥିବା ଖବର ମଧ୍ୟ ସାମ୍ନାକୁ ଆସିଛି। ତାଙ୍କର ଏପରି ନିଷ୍ପତ୍ତି ଦୁର୍ଭାଗ୍ୟ ଜନକ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର କେତେ ଚାପ ସୃଷ୍ଟି କରିଥିଲେ ଏଥିରୁ ଅନୁମେୟ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ପ୍ରସନ୍ନ ବରାଳ, କୋଷାଧ୍ୟକ୍ଷ୍ ନିରଞ୍ଜନ ପତି, ସଦର ନିର୍ବାଚନ ମଣ୍ଡଳୀ ସଭାପତି ଚି