ଛତ୍ରପୁର: ବ୍ରହ୍ମପୁର ହରିହର ନଗର ହରିହର ଭେଟ ମନ୍ଦିରପରିସରରେ ପରିସ୍ରା ଜ୍ୱାଳା ସଚେତନl ଓ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ !
ଆଜି ସୋମବାର ସକାଳ 8ଘଣ୍ଟା ସମୟରେ ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ପରିସ୍ରା ପୋଡ଼ା ନିରାକରଣ ସଚେତନl ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ ଗ୍ରୀଷ୍ମ ରୁତୁରେ ଅଳ୍ପ ଜଳପାନ, ଅଧିକ କଟୁ,ମସଲା ଆମିଷ, ଅମ୍ଳ ଯୁକ୍ତ ଖାଇବା, ରାତ୍ର ଅନିଦ୍ରା, ଖରାରେ ପରିଶ୍ରମ କରିବା ଦ୍ୱାରା ପିତ୍ତ, ଅମ୍ଳ ଶରୀରରେ ବଢି ପରିସ୍ରା ଯନ୍ତ୍ର ସଂକ୍ରମଣ ହୁଏ। ଅପରିଷ୍କାର ସ୍ଥାନରେ ପରିସ୍ରା କଲେ ମଧ୍ଯ ସଂକ୍ରମିତ ହୁଏ। ପରିସ୍ରା ହଳଦିଆ, ଗୋଳିଆ, ଦାହ ଓ କଷ୍ଟର ସହ ଅଳ୍ପ ଅଳ୍ପ ହୁଏ।