ସମ୍ବଲପୁର ମ୍ୟୁନିସିପାଲଟି: ପ୍ରୋଗେସିପ ସମ୍ବଲପୁର ପକ୍ଷରୁ ଜିଏମୟୁ ଉପଯୋଗୀତା କେନ୍ଦ୍ର ଠାରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ନେଇ ଏକ ଗୁରୁତ୍ବପୂର୍ଣ୍ଣ ଆଲୋଚନାଚକ୍ର
ଆଜି ସଂଧ୍ୟାରେ ପ୍ରୋଗେସିପ ସମ୍ବଲପୁର ପକ୍ଷରୁ ସମ୍ବଲପୁର ସହରର ଜିଏମୟୁ ଉପଯୋଗୀତା କେନ୍ଦ୍ର ଠାରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ନେଇ ଏକ ଗୁରୁତ୍ବପୂର୍ଣ୍ଣ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନାଚକ୍ର ବିଶିଷ୍ଟ ସାମାଜିକ କର୍ମୀ ସରୋଜ ମହାନ୍ତି, ସମ୍ବଲପୁର ଏସଡିଏ ର ପୁର୍ବତନ ଅଧ୍ୟକ୍ଷ ବିଜୟ ମହାନ୍ତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ। ଏହି ଅବସରରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପ୍ରସଙ୍କର ବିଭିନ୍ନ ଦିଗକୁ ନେଇ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଥିଲା।