ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ବନ ମହୋତ୍ସବ ଅବସରରେ ଏକାମ୍ର ନିର୍ବାଚନ ମଣ୍ଡଳୀର ଓଲ୍ଡଟାଉନ ସ୍ଥିତ ବି.ଏମ ହାଇସ୍କୁଲ ଠାରେ ଯୋଗ ଦେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ
ଆଜି ରାଜ୍ୟ ସ୍ତରୀୟ ବନ ମହୋତ୍ସବ ଅବସରରେ ଏକାମ୍ର ନିର୍ବାଚନ ମଣ୍ଡଳୀର ଓଲ୍ଡଟାଉନ ସ୍ଥିତ ବି.ଏମ ହାଇସ୍କୁଲ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି | 'ମା ପାଇଁ ଗଛ ଟିଏ' ବାର୍ତ୍ତାକୁ ସାକାର ଓ ସଫଳ କରିବା ସହିତ ପରିବେଶ ସୁରକ୍ଷା ସମସ୍ତଙ୍କର ପ୍ରାଥମିକ ଦାୟିତ୍ବ ଓ କର୍ତ୍ତବ୍ୟ ହେବା ଆବଶ୍ୟକ ବୋଲି ମତପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ |