ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ବରମୁଣ୍ଡା ଆସୁଛନ୍ତି ରାହୁଲ ଗାନ୍ଧୀ, ପ୍ରସ୍ତୁତି ନେଇ ଜୟଦେବ ଭବନରେ ପ୍ରତିକ୍ରିୟା ରଖିଲେ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ
ଚଳିତ ମାସ ୧୧ ତାରିଖରେ ଲୋକସଭା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଓଡିଶା ଆସୁଛନ୍ତି। ସେଥିପାଇଁ ପ୍ରଦେଶ କଂଗ୍ରେସ ବେଶ ଚଳଚଞ୍ଚଳ ହୋଇଉଠିଛି। ଭକ୍ତ ଦାସ ସଭାପତି ହେବା ପରେ ରାହୁଳ ପ୍ରଥମ ଥର ପାଇଁ ଆସୁଛନ୍ତି। ବରମୁଣ୍ଡା ପଡିଆରେ କରିବେ ସମାବେଶ। ସେଥିପାଇଁ ଜୋରଦାର ପ୍ରସ୍ତୁତିରେ କଂଗ୍ରେସ।ଏଥିସହିତ ଦଳର ଘନଘନ ବୈଠକ ମଧ୍ୟ ଚାଲିଛି। ରାହୁଳ ଗାନ୍ଧୀ ଆସିଲେ ଓଡିଶା କଂଗ୍ରେସର ଏକ ନବଜନ୍ମ ହେବ ବୋଲି ସମସ୍ତେ ଆଶା କରିରହିଛନ୍ତି।