ଆଜି ପାପଡାହାଣ୍ଡି ବ୍ଲକ ସମ୍ମିଳନୀ କକ୍ଷ ଠାରେ ଶୋଭା ସ୍ବେଛାସେବି ଅନୁଷ୍ଠାନ ଦ୍ୱାରା ଜିଲ୍ଳାରେ କିପରି ବାଲ୍ୟ ବିବାହ ରୋକିବା ଏବଂ ଜିଲ୍ଲା କୁ କିପରି ଏକ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବେ ପରି ଗଣନା କରିବା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା | ମୁଖ୍ୟ ଅତିଥି ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା, ପାପଡାହାଣ୍ଡି ସରପଞ୍ଚ ଚନ୍ଦ୍ରଶେଖର ମାଝୀ, ଜିପିଓ ଅକ୍ଷୟ ପଟ୍ଟନାୟକ, ସମନ୍ୱିତ ଶିଶୁଵିକାଶ ସୁପଭାଇଜର ଚନ୍ଦନା ମହାରଣା ଯୋଗଦେଇ ସମାଜରେ ବାଲ୍ୟ ବିବାହ କୁ ରୋକିବାକୁ ସମସ୍ତେ ମିଳି ମିଶି ପ୍ରୟାସ କରିବାକୁ ଅତିଥି ମାନେ ମତ ପ୍ରକାଶ କରିଥିଲେ |