ଗଞ୍ଜାମ ଜିଲ୍ଲା ବୁଗୁଡ଼ା ତହସିଲ ଅରଖପୁର ପଞ୍ଚାୟତର ଖରିଡା ଗ୍ରାମକୁ ରାଜସ୍ବ ଗ୍ରାମ କରିବା ପାଇଁ ୨୭ ବର୍ଷ ଧରି ଗ୍ରାମ ବାସୀ ଦ୍ୱାରା ଜାରିରହିଥିବା ଉଦ୍ୟମ ସଫଳ ହୋଇଛି । ପୋଲସରା ବିଧାୟକ ତଥା ମତ୍ସ ପଷୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଙ୍କ ପ୍ରଚେଷ୍ଟା ଓ ରାଜସ୍ବ ବିଭାଗ ଅଧିକାରୀଙ୍କ ସହଯୋଗ ଦ୍ଵାରା ଆଜି ଖରିଡା ଗ୍ରାମକୁ ରାଜସ୍ବ ଗ୍ରାମ ଭାବେ ଘୋଷଣା କରାଯାଇଛି । ବୁଗୁଡ଼ା ତହସିଲଦାର ତାପସ କୁମାର ରାଉତଙ୍କ ତତ୍ତ୍ଵାବଧାନରେ ଗ୍ରାମରେ ରାଜସ୍ବ ଗ୍ରାମ ଘୋଷଣା,ବିକାଶ ମୂଳକ ସଚେତନତା ସଭା ଓ ପଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l