ନବରଙ୍ଗପୁର ପୋଲିସ ଷ୍ଟେସନ: ଜଗନ୍ନାଥପୁର ପ୍ରାଥମିକ ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କଲେ ଜିଲ୍ଲାପାଳ
ନଜଗନ୍ନାଥପୁର ପ୍ରାଥମିକ ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କଲେ ଜିଲ୍ଲାପାଳ। ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ମହେଶ୍ୱର ସ୍ୱାଇଁ ଅଚାନକ ଭାବେ ନନ୍ଦାହାଣ୍ଡି ବ୍ଲକ ଜଗନ୍ନାଥପୁର ପ୍ରାଥମିକ ବିଦ୍ୟାଳୟ ଗସ୍ତ କରି ବିଦ୍ୟାଳୟର ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଯାଞ୍ଚ କରିଥିଲେ । ନବରଙ୍ଗପୁର ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କ ସହ ବାର୍ତାଳାପ କରି ସେମାନଙ୍କ ଶୈକ୍ଷିକ ଏବଂ ସହଶୈକ୍ଷିକ ଅଭିବୃଦ୍ଧି ବିଷୟରେ ପଚାରି ବୁଝିବା ସହ ହଷ୍ଟେଲ ପରିଚାଳନା, ଛାତ୍ରଛାତ୍ରୀଙ୍କ ଦିଆଯାଉଥିବା ସ୍ୱାସ୍ଥ୍ୟ ଓ ସ୍ୱଛତା ସୁବିଧା, ସୁରକ୍ଷା ବ୍ୟବସ୍ଥା ସହ ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ କରିଥିଲେ ।