ରବିବାର ସକାଳେ ବିଦ୍ୟୁତ୍ ସର୍ଟ ସର୍କିଟ ହୋଇ ନୁନିଆମୁଣ୍ଡା ସ୍ଥିତ ସୁନିଲ ଅଗ୍ରୱାଲ ଙ୍କ ଶୀତଳ ଭଣ୍ଡାର ରେ ନିଆଁ ଲାଗି ଯାଇଥିଲା। ନିଆଁ ଏତେ ଭୟାବହ ଥିଲା ଯେ ରବିବାର ଦିନରାତି ଦମକଳ ବିଭାଗ ନିଆଁ ଆୟତ୍ତ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇ ନଥିଲା। ସୋମବାର ଦିନ ମଧ୍ୟ ଦିନ ତମାମ ଦମକଳ ବାହିନୀ ନିଆଁ ଆୟତ୍ତ କରିଥିବା ବେଳେ ସନ୍ଧ୍ୟା ୫ ଟାରେ ନିଆଁ ଆୟତା ହୋଇଥିବା ସୂଚନା ରହିଛି।