ପୁରୀ ମ୍ୟୁନିସିପାଲଟି: ଗଜପତି ମହାରାଜା ଙ୍କ ଶ୍ରୀ ନହର ରେ ସୁନିଆ ପର୍ବ ଅନୁଷ୍ଠିତ l ଗଜପତି ଙ୍କ 1433ସାଲ ଓ 69 ଅଙ୍କ ପ୍ରବେଶ l
Puri M, Puri | Sep 4, 2025 ଆଜି ହେଉଛି ପବିତ୍ର ସୁନିଆଁ ଉତ୍ସବ। ଆଜିଠାରୁ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କର ଆରମ୍ଭ ହୋଇଛି ୧୪୩୩ ସାଲ ୬୯ ଅଙ୍କର ପ୍ରବେଶ। ଆଜି ସନ୍ଧ୍ୟାରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଶ୍ରୀନହରରେ ପାଳିତ ହୋଇଛି ସୁନିଆଁ ଉତ୍ସବ। ଜାତକ ଓ ପାଞ୍ଜି ଅଙ୍କ ଗଣନାର ବିଶେଷ ମହତ୍ତ୍ଵ ରହିଥିବା ବେଳେ ସୁନିଆଁ ଅବସରରେ ଶ୍ରୀନହର ପ୍ରାଙ୍ଗଣରେ ଥିବା କନକଦୂର୍ଗାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଇଥଲା l ଆଜି ସନ୍ଧ୍ୟା 7 ସମୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l