⛰️ ଇଜାର ମାଳି ସୁରକ୍ଷା ଆନ୍ଦୋଳନରେ ସରପଞ୍ଚଙ୍କ କଡ଼ା ବାର୍ତ୍ତା
କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ଇଜାର ମାଳି ପାହାଡ଼ ସୁରକ୍ଷା ଦାବିକୁ ନେଇ ଚାଲିଥିବା ଆନ୍ଦୋଳନରେ ପୋଡାପଦର ସରପଞ୍ଚ ଆଲମି ଫୁଲ କହିଛନ୍ତି—
"ମରିବୁ ପଛେ, ଆମ ଜମି, ଜଙ୍ଗଲ ଓ ପାଣିକୁ ସରକାରଙ୍କ ହାତକୁ ଟେକିଦେବୁ ନାହିଁ।"
ଏହି ବକ୍ତବ୍ୟ ଆନ୍ଦୋଳନରେ ସାମିଲ ହୋଇଥିବା ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି। ଇଜାର ମାଳି ପାହାଡ଼, ଜଙ୍ଗଲ ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ଦାବିରେ ୨୫ରୁ ଅଧିକ ଗ୍ରାମର ଲୋକ ଏକାଠି ହୋଇ ନିଜର ଦାବି ଉପସ୍ଥାପନ କରିଛନ୍ତି।
#Koraput #Pottangi #Ijarmali #SaveForest #TribalRights #Odisha