ନନ୍ଦପୁର ଥାନା ହାଜତରୁ ଚମ୍ପଟ ମାରି ଗତ ୧୦୦ ଦିନ ଧରି ନନ୍ଦପୁର ପୁଲିସର ମୁଣ୍ଡ ବଥାର କାରଣ ସାଜିଥିବା ଅଭିଯୁକ୍ତ ଉମେଶ ଗୁଣ୍ଠାଙ୍କୁ ଠାବ କରିଛି ନନ୍ଦପୁର ପୁଲିସ। ଗୁଇନ୍ଦା ସୂଚନା ଆଧାରରେ ଶୁକ୍ରବାର ମଧ୍ୟ ରାତ୍ରରେ ପାଡୁଆ ଗ୍ରାମରେ ଚଢ଼ାଉ କରି ଉମେଶଙ୍କୁ ନନ୍ଦପୁର ପୁଲିସ କାବୁ କରିବାରେ ସଫଳ ହୋଇଛି। ପୂର୍ବ ପଞ୍ଜୀକୃତ ଅପହରଣ ମାମଲା (୬୦ ତା ୨୬/୪/୨୦୨୪) ପ୍ରକାରେ ଉମେଶଙ୍କୁ ଗିରଫ କରାଯାଇ ଶନିବାର ଅପରାହ୍ନ ୨ଘଣ୍ଟା ସମୟରେ ଅଦାଲତ ଚାଲାଣ କରାଯାଇ ଥିବା ନନ୍ଦପୁର ଥାନାଧିକାରୀ ମମତା ପଣ୍ଡା ସୂଚନା ଦେଇଛନ୍ତି। ଚଢ଼ାଉ ଦଳରେ ଥାନାଧିକାରୀ ମମତା ପଣ୍ଡା, ଏସଆଇ ଦୀପ୍ତିମୟୀ ଧାରୁଆ,