ବରଗଡ: ମହା ରାଲିରେ ଯୋଗଦେବା ପାଇଁ ବରଗଡ଼ ରେଲୱେ ଷ୍ଟେସନରୁ ଦିଲ୍ଲୀ ଅଭିମୁଖେ ବାହାରିଲେ ଜିଲ୍ଲା କଂଗ୍ରେସ କମିଟି
ଦିଲ୍ଲୀ ଅଭିମୁଖେ ବାହାରିଲେ ବରଗଡ଼ ଜିଲ୍ଲା କଂଗ୍ରେସ କମିଟି | ଶୁକ୍ରବାର ଅପରାହ୍ନ ୩ ଘଣ୍ଟା ସମୟରେ ବରଗଡ଼ ରେଲୱେ ଷ୍ଟେସନରୁ ବାହାରିଲେ ଜିଲ୍ଲା କଂଗ୍ରେସ କମିଟି | ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ଡ଼ିସେମ୍ବର ୧୪ ତାରିଖ ରବିବାର ଦିନ ହେବାକୁଥିବା "ଭୋଟ ଚୋର,ଗାଦି ଛୋଡ଼" ବିରୁଦ୍ଧରେ ମହା ରାଲିରେ ଯୋଗଦାନ କରିବା ପାଇଁ ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ହରଦିପ ସିଂହଙ୍କ ନେତୃତ୍ୱରେ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ଜିଲ୍ଲା କଂଗ୍ରେସ କମିଟି ।