ସୁବର୍ଣ୍ଣପୁର ଜିଲ୍ଲାର ୨୨ଟି ପେନସନ ଓ ଭବିଷ୍ୟନିଧି ଆଦେଶ ପ୍ରଦାନ
#rishitv #highlightsシ゚ #viralpost
ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ସଦଭାବନା ସଭାଗୃହରେ ଆଜି ଆନ୍ତଃଜିଲ୍ଲା ପେନସନ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ) ଏବଂ ରାଜ୍ୟ ଲେଖା ନିୟନ୍ତ୍ରକଙ୍କ ମିଳିତ ସହଯୋଗରେ ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅଦାଲତ ଆୟୋଜିତ ହୋଇଥିଲା।