ବଡ଼ବିଲ ତହସିଲ ଅନ୍ତର୍ଗତ ବଲାଣି ଗୁରୁଦ୍ୱାରା ସ୍ଥିତ ବାକରାଢିପା ନିକଟରେ ରେଳବାଇ ଜମିରେ ଜବରଦଖଲ ଭାବରେ ରହୁଥିବା ତିନଟି ଘରକୁ ଆଜି ରେଳବାଇ ପକ୍ଷରୁ ଭଙ୍ଗା ଯାଇଛି। ସୂଚନା ଥାଉ ପୂର୍ବରୁ ଏହି ଜବର ଦଖଲକାରୀଙ୍କୁ ରେଳବାଇ ଚକ୍ରଧରପୁର ଡିଭିଜନ ପକ୍ଷରୁ ନୋଟିସ ଦିଆ ଯାଇଥିବା ବେଳେ ଲୋକେ ଏହାକୁ ଗୁରୁତ୍ଵ ଦେଇ ନ ଥିଲେ। ମାତ୍ର ଆଜି ରେଳବାଇ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯିବା ସହ ଜମିକୁ ନିଜ ଅକ୍ତିଆରକୁ ନିଆ ଯାଇଛି।