ପାହାଡ଼ିଆ ଅଞ୍ଚଳରେ ଦେଶୀ ମଦ ବିକ୍ରି ସମୟରେ ଚୌଦ୍ବାର ପୁଲିସ ଶୁକ୍ରବାର ସନ୍ଧ୍ୟା ୫ଟାରେ ଜଣଙ୍କୁ ଗିରଫ କରିଛି। ଗିରଫ ଜଣଙ୍କ ଜଗତପୁର ଥାନା ଅନ୍ତର୍ଗତ ପଶ୍ଚିମକଚ୍ଛର ମଙ୍ଗରାଜ ବେହେରା (୪୫)। ପୁଲିସ ତା’ ନିକଟରୁ ୪୦ ଲିଟର ଦେଶୀ ମଦ ଓ ଏକ ସ୍କୁଟି ଗାଡ଼ି ଜବତ କରିଛି।ମଙ୍ଗରାଜ ଆଠଗଡ଼ ଅଞ୍ଚଳରୁ ଚୋରାରେ ଦେଶୀ ମଦ ଆଣି ଚୌଦ୍ବାର ଥାନା ଅଞ୍ଚଳରେ ବିକ୍ରି କରୁଥିଲା।