ଚୌଦ୍ବାର ଅଞ୍ଚଳରେ ଗାଡିରୁ ବ୍ୟାଟେରି ଚୋରି ଘଟଣାରେ ବୁଧବାର ପୁଲିସ ୩ ଜଣଙ୍କୁ ଗିରଫ କରି ଅଦାଲତ ପଠାଇବା ସହ ସେମାନଙ୍କ ନିକଟରୁ ୧୦ ଟି ବ୍ୟାଟେରି ଜବତ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ମାନେ ଚୌଦ୍ୱାର ଦୁର୍ଗା ବଜାରର ଷଣ୍ଢ ଓରଫ ରଣଜିତ ପ୍ରସାଦ(୨୩), ଜଗତପୁର ଝାଡୁବସ୍ତି କଲୋନୀର ରହୁଥିବା କବାଡିଆ ସେଖ୍ ଜାହାଙ୍ଗିର(୪୦) ଓ ରାଜୁ କେଶରୀ(୪୧) ବୋଲି ପୁଲିସ ପକ୍ଷରୁ ବୁଧବାର ରାତି ୯ଟାରେ ସୂଚନା ପ୍ରଦାନ କରାଯାଇଛି।