ଝାରସୁଗୁଡା: ଲଇକେରା ବ୍ଲକ ଗସ୍ତ କଲେ ବିଧାୟକ ଟଙ୍କଧର ତ୍ରିପାଠୀ
ଝାରସୁଗୁଡା ଜିଲ୍ଲା ଲାଇକେରା ବ୍ଲକ ଗସ୍ତ କଲେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ l ଆଜି ରବିବାର ପୂର୍ବାହ୍ନ ପ୍ରାୟ ୧୧ ଟା ରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଲାଇକେରା ଅଂଚଳ ଗସ୍ତ କରି ଲଗାଣ ବର୍ଷାରେ ହୋଇଥିବା କ୍ଷୟକ୍ଷତି ଦେଖିବା ସହ ବନ୍ୟା ସ୍ଥିତି ପରଖିଛନ୍ତି l ବାବୁଚିପିଡିହି ଠାରେ ରାସ୍ତା ସଂଯୋଗୀ କରଣ ବିଛିନ୍ନ ହୋଇଥିବାରୁ ସେହି ସ୍ଥାନ ଗସ୍ତ କରି କିପରି ଅତି ଶୀଘ୍ର ସାଧାରଣ ପରିସ୍ଥିତି ଫେରି ଆସିବ, ସେ ବିଷୟରେ ଆଲୋଚନା କରିଛନ୍ତି ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ l