NH 16 ରେ ଭୟଙ୍କର ସଡକ ଦୁର୍ଘଟଣା, ଠିଆ ହୋଇଥିବା ଟ୍ରଲରକୁ ପଛରୁ ପିଟିଲା ଗ୍ୟାସ ବୋଝେଇ ଟ୍ରକ
Baleshwar, Balasore | Nov 13, 2026
୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରେ ସିଲିକନ ବୋଝେଇ ଟ୍ରଲରକୁ ପଛରୁ ଧକ୍କା ଦେଲା ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ। ଦୁର୍ଘଟଣାରେ ଚାପି ହୋଇ ରହିଥିବା ଟ୍ରକ ଡ୍ରାଇଭରକୁ ସୋର ଦମକଳ ବାହିନୀ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଘଟଣାର ତଦନ୍ତ କରୁଛି ସୋର ପୁଲିସ।