🔴 ଏମଏମଡିଆର ବିଲ୍କୁ ନେଇ କୋରାପୁଟରେ କଂଗ୍ରେସର ବିଶାଳ ରାଲି
ଏମଏମଡିଆର ବିଲ୍କୁ ଘୋର ବିରୋଧ କରି କୋରାପୁଟରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିଶାଳ ମଶାଲ ରାଲି। 🔥
ସିନେମା ହଲ୍ ନିକଟରୁ ବାହାରିଥିବା ମଶାଲ ଶୋଭାଯାତ୍ରା ସହର ପରିକ୍ରମା କରି ଉପଜିଲ୍ଲାପାଳ ଛକରେ ପହଞ୍ଚିଥିଲା। ସେଠାରେ ବିରୋଧ ପ୍ରଦର୍ଶନ ସହ କୁଶପୁତ୍ତଳିକା ଦାହ କରିଥିଲା କଂଗ୍ରେସ।
ଆନ୍ଦୋଳନରେ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ, ଜିଲ୍ଲା ସଭାପତି ରୂପକ ତୁରୁକ, ସମାଜସେବୀ ସଲମନ ଖୋସଲାଙ୍କ ସମେତ ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ।
କୋରାପୁଟର ଖଣି ଖାଦାନ ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ଦାବିରେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି।
#Koraput #Congress #MMDRBill #KoraputCongress #Mining #OdishaNews #KoraputNews
Koraput Town, Koraput | Aug 26, 2026