ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ବରଦା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୂଖ୍ୟ ଅତିଥି ଭାବେ ଗଁଦିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ପବିତ୍ର ମୋହନ ବେହେରା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ମୂଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ପ୍ରକ୍ରୃତିବନ୍ଧୁ ହରିହର ସାହୁ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସତ ଚରିତ୍ର ବାଳ ହେବା ପାଇଁ ପରାମର୍ଶ ଦେଇଥିଲେ। ପ୍ରଧାନ ଶିକ୍ଷକ ନବକିଶୋର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନୀତ ଅତିଥି ଭାବେ ସରପଞ୍ଚ ଦିପ୍ତିମୟୀ ବେହେରା,ପୂର୍ବତନ ସରପଞ୍ଚ ମନୋଜ ବେହେରା, ଦିପ୍ତିମୟୀ ଲେଙ୍କା ପ୍ରମୁଖ ଯୋଗଦେଇଥିଲେ।