ସୋର ବ୍ଲକ ଖଞ୍ଜାମାହାଲ ପଥର ଖାଦାନରେ ତହସିଲ ଓ ଖଣି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଜବତ କରାଯାଇଥିବା ପଥରକୁ ୯ଲକ୍ଷରେ ନିଲାମ କରାଯାଇଛି। ସୁଚନା ଅନୁସାରେ ଦିର୍ଘଦିନ ଧରି ଖଞ୍ଜାମହାଲ ପଥର ଖାଦାନ ବନ୍ଦ ଥିବା ବେଳେ ପଥର ଚୋରି ରୋକିବାର ନା ଧରୁନି। କୋଟି କୋଟି ଟଙ୍କାର ପଥର ଲୁଟ ହେଉଥିବା ବେଳେ ସରକାରୀ କଳ କ୍ଷତି ସହୁଛି। ଏନେଇ ଗତ କିଛିଦିନ ତଳେ ବାଲେଶ୍ୱର ଜିଲାପାଳ ଖାଦନ ଗସ୍ତରେ ଆସି ଏଠାରେ ଏକ ପୁଲିସ କ୍ୟାମ୍ପ ଲଗାଇଥିଲେ। ମାତ୍ର ପଥର ଚୋରି ଚାଲୁ ରହୁଥିବାର ଅଭିଯୋଗ ହେବାରୁ ସୋର ତହସିଲଦାର ଦୈତାରି ମଲ୍ଲିକ ଖଣି ଅଧିକାରୀ ଜଗନ୍ନାଥ ଦାସ, ସମ୍ବିତ ମଣି ଚଢ଼ାଉକରିଥିଲେ।