ଆର ଉଦୟଗିରି: ବାତ୍ୟା ପରେ ୧୧ ଦିନ ଧରି ପଡିଥିଲା ଗଛ, ଗଣମାଧ୍ୟମ ରିପୋର୍ଟ ପରେ ଖୋଲିଲା ରାସ୍ତା
ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ ଶିଆଳଲଟି ପଞ୍ଚାୟତର ୧୨ଟି ଗାଁକୁ ସଂଯୋଗ କରୁଥିବା ରାସ୍ତାରୁ ୧୧ ଦିନ ପରେ ଅଗ୍ନିଶମ ବାହିନୀ ଗଛ ହଟାଇଛନ୍ତି। ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ତତ୍ପରତା ଦେଖିବାକୁ ମିଳିଥିଲା।