ରାୟଗଡା: ରାୟଗଡ଼ାରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ
ଗୁରୁବାର ପୂର୍ବାହ୍ନରେ ରାୟଗଡ଼ା ସ୍ଥିତ ଜିସିଡି ହାଇସ୍କୁଲ ପଡ଼ିଆରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଛି। ବିଧାୟକ ଆପଲାସ୍ବାମୀ କାଡ୍ରାକା,ଆଇଟିଡିଏ ପିଡି ଚନ୍ଦ୍ରକାନ୍ତ ମାଝୀ,ମେଜର କଲ୍ୟାଣ ରେଡ୍ଡୀ,ସୁବେଦାର ମେଜର ସଂଜୀବ ଦୀକ୍ଷିତ,ଡିଇଓ ତତ୍ତ୍ଵମସୀ ମହାପାତ୍ର,ଇଓ ସ୍ବର୍ଣ୍ଣଲତା ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ୨୦୦୦ ରୁ ଉର୍ଦ୍ଧ୍ବ ଶିକ୍ଷିତ ବେକାର ଯୁବକଯୁବତୀ ଯୋଗଦେଇ ବିଭିନ୍ନ ଦକ୍ଷତା ଓ ବୈଷୟିକ ଶିକ୍ଷା ସମ୍ବଳିତ ରୋଜଗାରକ୍ଷମ ଜୀବିକା ବିଷୟରେ ଜାଣିବାକୁ ପାଇଥିଲେ। ଜିଲ୍ଲା ଓ ରାଜ୍ୟ ବାହାରୁ ୬୫ଟି ଷ୍ଟଲ ପଡ଼ିଥିଲା।