ସମ୍ବଲପୁର ମ୍ୟୁନିସିପାଲଟି: ପଶ୍ଚିମ ଓଡ଼ିଶା ପୂର୍ବତନ ସୈନିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ସାକ୍ଷାତ
ଆଜି ପଶ୍ଚିମ ଓଡ଼ିଶା ପୁର୍ବତନ ସୈନିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମ୍ବଲପୂର ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ସାକ୍ଷାତ କରାଯାଇଛି।ପୁର୍ବତନ ସୈନିକ ସଂଘ ପକ୍ଷରୁ ସଭାପତି ଶିବ ନାରାୟଣ ବେହେରାଙ୍କ ନେତୃତ୍ବରେ ବିଧାୟକଙ୍କୁ ସାକ୍ଷାତ ସମୟରେ ସମ୍ବଲପୂର ଠାରେ ପଶ୍ଚିମ ଓଡ଼ିଶା ପୁର୍ବତନ ସୈନିକ ସଂଘର ଏକ କାର୍ଯ୍ୟାଳୟ ପ୍ରତିଷ୍ଠା ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ଏନେଇ ବିଧାୟକ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି। ଏଥିସହ ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ମଧ୍ୟ ଦୃଢ଼ ନିନ୍ଦା ସଂଘ ପକ୍ଷରୁ କରାଯାଇଛି।