ସମ୍ବଲପୁର ମ୍ୟୁନିସିପାଲଟି: ଫାର୍ମରୋଡ଼ ଠାରେ ଘଟିଥିବା ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ହେଲା ଗିରଫ ପରେ କୋର୍ଟ ଚାଲାଣ
ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ଫାର୍ମରୋଡ଼ ଠାରେ ଘଟିଥିବା ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ହେଲା ଗିରଫ ପରେ କୋର୍ଟ ଚାଲାଣ। ଏନେଇ ସମ୍ବଲପୂର ଟାଉନ ପୋଲିସ ପକ୍ଷରୁ ସୁଚନା ମିଳିଛି। ମିଳିଥିବା ସୁଚନା ଅନୁସାରେ ଗତକାଲି ରାତିରେ ଉତ୍ତମ ଭୋଇ ନାମକ ଜଣେ ଯୁବକଙ୍କୁ ସାମାନ୍ୟ କଥାକୁ କେନ୍ଦ୍ର କରି ଜଗତ ବଗର୍ତ୍ତୀ ନାମକ ଜଣେ ଯୁବକ ତାଙ୍କୁ ଛୁରି ଭୂଷି ହତ୍ୟା କରିଥିଲା l ଏନେଇ ଟାଉନ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଆଜି ସନ୍ଧ୍ୟାରେ ମେଡିକାଲ ଯାଞ୍ଚପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଆଜି ରାତିରେ ଟାଉନ ପୋଲିସ ସୁତ୍ରରୁ ସୁଚନା ମିଳିଛି।