Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Accident
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
Cricket

ଜୟପୁରରେ ଗ୍ରୀଷ୍ମକାଳୀନ ଫୁଟବଲ ପ୍ରଶିକ୍ଷଣ ଶିବିର ଉଦଯାପିତ। ୨୦୦ରୁ ଅଧିକ ଖେଳାଳିଙ୍କ ଅଂଶଗ୍ରହଣ, ପ୍ରମାଣପତ୍ର ବଣ୍ଟନ। ଜୟପୁର, ୧୫/୬ (ନି.ପ୍ର.) : ଜୟପୁର ସ୍ଥିତ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ପଡ଼ିଆରେ ଜୋନ୍ ଏଫ୍‌.ସି. ପକ୍ଷରୁ ଆୟୋଜିତ ଗ୍ରୀଷ୍ମକାଳୀନ ଫୁଟବଲ ପ୍ରଶିକ୍ଷଣ ଶିବିରର ଉଦଯାପନୀ ଉତ୍ସବ ଆଜି ଉତ୍ସାହ ଓ ଆନନ୍ଦର ସହ ସମ୍ପନ୍ନ ହୋଇଛି। ଗତ ଜୁନ୍ ୮ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରଶିକ୍ଷଣ ଶିବିର ଦୀର୍ଘ ୭ ଦିନ ଧରି ଚାଲିଥିଲା।ଏହି ଶିବିରରେ ଅବିଭକ୍ତ କୋରାପୁଟ ଜିଲ୍ଲା ଅନ୍ତର୍ଗତ କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡ଼ା ଜିଲ୍ଲାର ୨୦୦ରୁ ଅଧିକ ଫୁଟବଲ ଖେଳାଳି ବିଭିନ୍ନ ବୟସ ବର୍ଗରୁ ଯୋଗଦେଇ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ଖେଳାଳିମାନଙ୍କୁ ଆଧୁନିକ ଫୁଟବଲ କୌଶଳ, ଶାରୀରିକ ଦକ୍ଷତା ବିକାଶ ଓ ଖେଳର ବିଭିନ୍ନ ପ୍ରାକ୍ରିତିକ ଦିଗ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ କୋରାପୁଟ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଦୁର୍ଗା ମିଶ୍ର, ସମ୍ମାନିତ ଅତିଥି ରୂପେ ବିଜେଡିର ଯୁବ ନେତା ଧର୍ମେନ୍ଦ୍ର (କୁନି) ଅଧିକାରୀ ଯୋଗଦେଇ ଆୟୋଜକ, ପ୍ରଶିକ୍ଷକ ଏବଂ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ସେମାନେ ଫୁଟବଲ ଭଳି ଲୋକପ୍ରିୟ ଖେଳର ବିକାଶ ପାଇଁ ଏପରି ପ୍ରଶିକ୍ଷଣ ଶିବିରର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।ଶିବିରରେ ମୋଟ ୬ ଜଣ ପ୍ରଶିକ୍ଷକ ଖେଳାଳିମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ମୁଖ୍ୟ ପ୍ରଶିକ୍ଷକ ଓ ଆୟୋଜକ ଜୋନ୍ ହରିଜନଙ୍କ ନେତୃତ୍ୱରେ ଜୋସେଫ ବାହାଦୁର, ଧୋନି ଗରଡ଼ା, ପିଙ୍କୁ, ଅମିତ ସ୍ୱାଇଁ ପ୍ରମୁଖ ପ୍ରଶିକ୍ଷକ ଭାବେ ଦାୟିତ୍ୱ ତୁଲାଇଥିଲେ। ଶେଷରେ ଶିବିରରେ ଅଂଶଗ୍ରହଣ କରିଥିବା ସମସ୍ତ ଖେଳାଳିଙ୍କୁ ପ୍ରମାଣପତ୍ର ଓ ପଦକ ପ୍ରଦାନ କରାଯାଇଥିଲା। ଏହି ଶିବିର ମାଧ୍ୟମରେ ଅଞ୍ଚଳର ଯୁବ ଖେଳାଳିମାନଙ୍କ ମଧ୍ୟରେ ଫୁଟବଲ ପ୍ରତି ଆଗ୍ରହ ବୃଦ୍ଧି ପାଇବା ସହ ଭବିଷ୍ୟତରେ ଜାତୀୟ ଓ ରାଜ୍ୟ ସ୍ତରରେ ସଫଳତା ହାସଲ କରିବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା।

Jeypore, Koraput | Jun 15, 2026

MORE NEWS

ଜୟପୁରରେ ଗ୍ରୀଷ୍ମକାଳୀନ ଫୁଟବଲ ପ୍ରଶିକ୍ଷଣ ଶିବିର ଉଦଯାପିତ। ୨୦୦ରୁ ଅଧିକ ଖେଳାଳିଙ୍କ ଅଂଶଗ୍ରହଣ, ପ୍ରମାଣପତ୍ର ବଣ୍ଟନ। ଜୟପୁର, ୧୫/୬ (ନି.ପ୍ର.) : ଜୟପୁର ସ୍ଥିତ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ପଡ଼ିଆରେ ଜୋନ୍ ଏଫ୍‌.ସି. ପକ୍ଷରୁ ଆୟୋଜିତ ଗ୍ରୀଷ୍ମକାଳୀନ ଫୁଟବଲ ପ୍ରଶିକ୍ଷଣ ଶିବିରର ଉଦଯାପନୀ ଉତ୍ସବ ଆଜି ଉତ୍ସାହ ଓ ଆନନ୍ଦର ସହ ସମ୍ପନ୍ନ ହୋଇଛି। ଗତ ଜୁନ୍ ୮ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରଶିକ୍ଷଣ ଶିବିର ଦୀର୍ଘ ୭ ଦିନ ଧରି ଚାଲିଥିଲା।ଏହି ଶିବିରରେ ଅବିଭକ୍ତ କୋରାପୁଟ ଜିଲ୍ଲା ଅନ୍ତର୍ଗତ କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡ଼ା ଜିଲ୍ଲାର ୨୦୦ରୁ ଅଧିକ ଫୁଟବଲ ଖେଳାଳି ବିଭିନ୍ନ ବୟସ ବର୍ଗରୁ ଯୋଗଦେଇ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ଖେଳାଳିମାନଙ୍କୁ ଆଧୁନିକ ଫୁଟବଲ କୌଶଳ, ଶାରୀରିକ ଦକ୍ଷତା ବିକାଶ ଓ ଖେଳର ବିଭିନ୍ନ ପ୍ରାକ୍ରିତିକ ଦିଗ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ କୋରାପୁଟ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଦୁର୍ଗା ମିଶ୍ର, ସମ୍ମାନିତ ଅତିଥି ରୂପେ ବିଜେଡିର ଯୁବ ନେତା ଧର୍ମେନ୍ଦ୍ର (କୁନି) ଅଧିକାରୀ ଯୋଗଦେଇ ଆୟୋଜକ, ପ୍ରଶିକ୍ଷକ ଏବଂ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ସେମାନେ ଫୁଟବଲ ଭଳି ଲୋକପ୍ରିୟ ଖେଳର ବିକାଶ ପାଇଁ ଏପରି ପ୍ରଶିକ୍ଷଣ ଶିବିରର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।ଶିବିରରେ ମୋଟ ୬ ଜଣ ପ୍ରଶିକ୍ଷକ ଖେଳାଳିମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ମୁଖ୍ୟ ପ୍ରଶିକ୍ଷକ ଓ ଆୟୋଜକ ଜୋନ୍ ହରିଜନଙ୍କ ନେତୃତ୍ୱରେ ଜୋସେଫ ବାହାଦୁର, ଧୋନି ଗରଡ଼ା, ପିଙ୍କୁ, ଅମିତ ସ୍ୱାଇଁ ପ୍ରମୁଖ ପ୍ରଶିକ୍ଷକ ଭାବେ ଦାୟିତ୍ୱ ତୁଲାଇଥିଲେ। ଶେଷରେ ଶିବିରରେ ଅଂଶଗ୍ରହଣ କରିଥିବା ସମସ୍ତ ଖେଳାଳିଙ୍କୁ ପ୍ରମାଣପତ୍ର ଓ ପଦକ ପ୍ରଦାନ କରାଯାଇଥିଲା। ଏହି ଶିବିର ମାଧ୍ୟମରେ ଅଞ୍ଚଳର ଯୁବ ଖେଳାଳିମାନଙ୍କ ମଧ୍ୟରେ ଫୁଟବଲ ପ୍ରତି ଆଗ୍ରହ ବୃଦ୍ଧି ପାଇବା ସହ ଭବିଷ୍ୟତରେ ଜାତୀୟ ଓ ରାଜ୍ୟ ସ୍ତରରେ ସଫଳତା ହାସଲ କରିବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା। - Jeypore News