ରାୟଗଡା: ମୁନିଗୁଡ଼ା ବ୍ଲକ ସଭାଗୃହରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ। ବ୍ଲକ ଅଧ୍ୟକ୍ଷା ଏଥିରେ ଅଧ୍ୟକ୍ଷତା କରିଥିଲେ। ବିଡିଓ, ବିଭାଗୀୟ ଯନ୍ତ୍ରୀ, ସମସ୍ତ ଅଧିକାରୀ, ଜିଲ୍ଲା ପରିଷଦ ସଭ୍ୟ, ବିଭିନ୍ନ ପଞ୍ଚାୟତର ସମିତି ସଭ୍ୟ, ସଭ୍ୟା ଓ ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗଦେଇଥିଲେ। ହେବାକୁ ଥିବା ଉନ୍ନୟନ ମୂଳକ କାର୍ଯ୍ୟ ସଂପର୍କରେ ସମୀକ୍ଷା କରାଯାଇ ପ୍ରକଳ୍ପ କାର୍ଯ୍ୟକାରିତା ଉପରେ ସ୍ଥିର କରାଯାଇଥିଲା।