#ଅବକାରୀ_ବିଭାଗର_ଚଢ଼ାଉ_ତିନି_ମଦ_ବେପାରୀ_ଗିରଫ,
#ବିପୁଳ_ପରିମାଣର_ମଦ_ଜବତ
ବାଲିଆପାଳ ଅବକାରୀ ବିଭାଗ ପକ୍ଷରୁ ଆଜି ସକାଳେ କରାଯାଇଥିବା ପେଟ୍ରୋଲିଂ ବେଳେ ବଡ଼ ସଫଳତା ମିଳିଛି। ଚଢ଼ାଉ ସମୟରେ ଜାମ୍ଭୀରାଇ ଅଞ୍ଚଳରୁ ଦୁଇଜଣ ଏବଂ ରତାଇହାଟ ଅଞ୍ଚଳରୁ ଜଣେ ମଦ ବେପାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି।
ଗିରଫ ବ୍ୟକ୍ତିମାନେ ହେଲେ ରବୀନ୍ଦ୍ର ବିଶି (୪୨), ପଦ୍ମଲୋଚନ ବିଶି (୪୮) ଏବଂ ଶମ୍ଭୁନାଥ ବେହେରା (୫୧)। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଆଇନଗତ ପ୍ରକ୍ରିୟା ପାଇଁ କୋର୍ଟକୁ ପଠାଯାଇଥିବା ଜଣାପଡ଼ିଛି।
#bharatnewsodia #Baliapal #jambhirai