ଇନ୍ଦିପୁର ପଞ୍ଚାୟତର ଗୁରୁତ୍ୱପୂର୍ଣ୍ଣ ସମସ୍ୟା ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାବିପତ୍ର
କାମାକ୍ଷା ଛକରେ ଲିଖିତ ଦରଖାସ୍ତ ପ୍ରଦାନ, ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି
ଆଜି ଇନ୍ଦିପୁର ଗ୍ରାମପଞ୍ଚାୟତର ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ନିମନ୍ତେ ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କାମାକ୍ଷା ଛକଠାରେ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି।
ସାଂସଦ ଶ୍ରୀ ପ୍ରଧାନ ସମ୍ବଲପୁର ଯିବା ରାସ୍ତାରେ ତାଙ୍କୁ ଭେଟି ଇନ୍ଦିପୁର ଗ୍ରାମପଞ୍ଚାୟତର ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଯିବା ସହ ଏହାର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରାଯାଇଥିଲା।
ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଇ ଧର୍ମେନ୍ଦ୍ର ପ୍ରଧାନ ଖୁବ୍ଶୀଘ୍ର ସମ୍ପୃକ୍ତ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବା ଦିଗରେ ଗୁରୁତ୍ୱ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।
ଏହି ପଦକ୍ଷେପକୁ ନେଇ ଇନ୍ଦିପୁର ଗ୍ରାମପଞ୍ଚାୟତବାସୀଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି।
🙏 ଜୟ ମୁକୁ ଭାଇ 🙏
🙏 ଜୟ ଇନ୍ଦିପୁର ଗ୍ରାମପଞ୍ଚାୟତ 🙏
#Indipur #DharmendraPradhan #SambalpurMP #OdishaNews #newsodiaodisha