#ଭୁବନେଶ୍ୱରର_ନୂଆ_DCP_ଭାବେ_ଦାୟିତ୍ୱ_ନେଲେ_ସରବଣା_ବିବେକ_ଏମ୍
ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି IPS ଅଧିକାରୀ ସରବଣା ବିବେକ ଏମ୍। ଦାୟିତ୍ୱ ଗ୍ରହଣ ପରେ ସେ କହିଛନ୍ତି, ପୁଲିସ ହେଉଛି ଏକ ଟିମ୍ ଏବଂ ସମସ୍ତେ ଏକାଠି ହୋଇ ଟିମ୍ ୱାର୍କ ଭାବେ କାମ କରିବେ।
ରାଜଧାନୀର ଆଇନଶୃଙ୍ଖଳା ଓ ଜନସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ସାଇବର ଅପରାଧ ରୋକିବା ଉପରେ ବିଶେଷ ଗୁରୁତ୍ୱ ଦେବେ ବୋଲି ସେ କହିଛନ୍ତି।
ଏହା ପୂର୍ବରୁ ସରବଣା ବିବେକ ଏମ୍ ବ୍ରହ୍ମପୁର ଏସ୍ପି ଭାବେ ଦାୟିତ୍ୱ ତୁଲାଇଥିଲେ। ଏବେ ରାଜଧାନୀ ଭୁବନେଶ୍ୱରର ଆଇନଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ଜନସୁରକ୍ଷାର ଦାୟିତ୍ୱ ତାଙ୍କ ଉପରେ ରହିଛି।
ନୂଆ ଦାୟିତ୍ୱ ଗ୍ରହଣ ପରେ ସେ ନାଗରିକକେନ୍ଦ୍ରିକ ପୁଲିସିଂ, ସାଇବର ଅପରାଧ ନିୟନ୍ତ୍ରଣ ଓ ସହରରେ ନିରାପଦ ପରିବେଶ ସୃଷ୍ଟି ଉପରେ ଗୁରୁତ୍ୱ ଦେବାର ସଙ୍କେତ ଦେଇଛନ୍ତି
#DCPBhubaneswar #SaravanaVivekMIPS #CommissioneratePolice #BhubaneswarPolice #OdishaPolice #IPS #latastnewsupdate #pabitranews