👉 #ଭଲ_ଖବର
ପବିତ୍ର ରଥଯାତ୍ରା ଅବସରରେ ସୁଭଦ୍ରା ମା ଙ୍କୁ ରଥ ଯୋଗାଇଲେ ଡ଼ା ସସ୍ମିତା ଦାସ |
ବରଗଡ ଜ଼ିଲ୍ଲା ବରଗଡ ବ୍ଲକ ବରଡୋଲ ପଞ୍ଚାୟତ ପିପିଲିପାଲି ବନପଡl ର ଜଣେ ବ୍ୟକ୍ତି ଜ଼ିଲ୍ଲା ସମାଜସେବୀ ସଂଘ, ବରଗଡ ର ସଭାପତି ଡ଼. ବଳିଷ୍ଠ ଦୁର୍ଗାଙ୍କୁ ସୁଭଦ୍ରା ମା ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ସୂଚନା ଦେଇଥିଲେ |ଜାଣିବାକୁ ପାଇଥିଲେ ଯେ ବନପଡl ର ଜଣେ ମାଙ୍କ ଗୋଡ଼ରେ ଆଘାତ ପାଇଥିବା ବେଳେ ଏହି ଘା ଧୀରେ ଧୀରେ ସ କ୍ୟାନ୍ସର ରୂପ ନେଇଥିଲା |ଏହି ବିଷୟ ଉପରେ ଅବଗତ ହେଲା ପରେ ଜିଲ୍ଲା ସମାଜସେବୀ ସଂଘ ବରଗଡ଼ ର ସଭାପତି ଡ. ବଳିଷ୍ଠ ଦୁର୍ଗା ସଂଘ ତରଫରୁ ଏକ ଟିମ ଗଠନ କରି ମହିଳାଙ୍କ ପାଖକୁ ଯାଇଥିଲେ l ସଂଘର ସକ୍ରିୟ ସଦସ୍ୟ ସୁଦୀପ୍ତ ଦାସ ଓ ପରମେଶ୍ୱର ନାଥ ତାଙ୍କ ଘରକୁ ଯାଇ ମାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଓ ପରିବାର ସମସ୍ୟା କୁ ଦୃଷ୍ଟି ରେ ରଖି ତାଙ୍କୁ ବରଗଡ ଭଟଲି ଛକ ସ୍ଥିତ ସାଇ କୃପା ହସ୍ପିଟାଲକୁ ନେଇ ଚିକିତ୍ସା କରାଇ ଥିଲେ l ଡାକ୍ତରଙ୍କ ଚିକିତ୍ସା ଅନୁଯାୟୀ ଗୋଡ କାଟି ଅପେରସନ କରିବାକୁ କୁହା ଯାଇଥିଲା l ଅର୍ଥ ଅଭାବ ଯୋଗୁଁ ଚିକିତ୍ସା କରିବା କଷ୍ଟକର ହୋଇଥିଲା, ତେଣୁ ହସ୍ପିଟାଲ ର ମାଲିକ ଡ୍. ସସ୍ମିତା ଦାଶ ଙ୍କୁ ତାଙ୍କର �