ପୋଲସରା: ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ଆଗରେ ଅଧ୍ୟାପକ, ଅଧ୍ୟାପିକା ଓ ଅଣ ଶିକ୍ଷକ କର୍ମଚାରୀଙ୍କ ଆନ୍ଦୋଳନ ୧୭ ଦିନରେ ପହଞ୍ଚିଲା
୧୭ ଦିନରେ ପହଁଚିଲା ଅଧ୍ୟାପକ, ଅଧ୍ୟାପିକା ଓ ଅଣ ଶିକ୍ଷକ କର୍ମଚାରୀଙ୍କ ଆନ୍ଦୋଳନ l ଆଜି ବି କଲେଜ ଆଗରେ ଆନ୍ଦୋନ ରେ ଅଧ୍ୟାପକ ମାନେ ବସିଥିବା ବେଳେ ପାଠପଢା ରେ ବ୍ୟାଘାତ ଘଟିଛି l ଅଧ୍ୟାପକ ମାନଙ୍କ ଆନ୍ଦୋଳନ ର ପ୍ରଭାବ ଗଞ୍ଜାମ ଜିଲ୍ଲା ପୋଲସରା ରେ ମଧ୍ୟ ପଡିଛି l ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟାପକ ଅଧ୍ୟାପିକା ମାନେ ଆନ୍ଦୋଳ ଯୋଗୁଁ ମହାବିଦ୍ୟାଳୟରେ ଏକ ପ୍ରକାର ପାଠ ପଢା ସହିତ ଅଫିସ୍ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ଦୂର ଦୂରାନ୍ତରୁ ଆସୁଥିଲେ ମଧ୍ୟ ନିରାଶ ହେଇ ଫେରି ଯାଉଛନ୍ତି।