‘ଗଛ ଗୁରୁ ଶିକ୍ଷ୍ୟର ସମ୍ପର୍କକୁ ଯୋଡ଼ି ରଖିବ’
କନକ ମଞ୍ଜରୀ ଇନଷ୍ଟିଚିୟୁଟ ଅଫ ଫାର୍ମାସିଟିକାଲ ସାଇନ୍ସ ପକ୍ଷରୁ ଔଷଧିୟ ଗଛ ଲଗାଇ ନିଆରା ଢଙ୍ଗରେ ଗୁରୁଦିବସ ପାଳିତ
ରାଉରକେଲା ,୫ା୯( ନି.ପ୍ର) : ପ୍ରାକ୍ତନ ରାଷ୍ଟ୍ରପତି ଡ଼.ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସକୁ ଗୁରୁ ଦିବସ ରୂପେ ପାଳନ କରାଯାଏ ।ରାଉରକେଲା ସମେତ ରାଉରକେଲା ରେ ବିଭିନ୍ନ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନରେ ଗୁରୁଦିବସ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପାଳିତ ହୋଇଯାଇଛି । ରାଉରକେଲା ସ୍ଥିତ ଛେଣ୍ଡ କଲୋନୀର କନକ ମଞ୍ଜରୀ ଇନଷ୍ଟିୟୁଟ ଅଫ ଫାର୍ମାସିଟିକାଲ ସାଇନ୍ସର ଚେୟାରମ୍ୟାନ ଡ଼ ବି. ଆର. ପଟ୍ଟନାୟକଙ୍କ ସଭାପତିତ୍ୱରେ ଔଷଧିୟ ଗଛ ଲଗାଇ ନିଆରା ଢଙ୍ଗରେ ଗୁରୁଦିବସ ପାଳନ କରାଯାଇଥିଲ।। ଛାତ୍ରଛାତ୍ରୀମାନେ ଥାଳିରେ ଫୁଲ ଚନ୍ଦନ ଧରି ଗୁରୁଙ୍କୁ ବନ୍ଦନା କରିଥିଲେ । ଛାତ୍ରଛାତ୍ରୀଙ୍କ ତରଫରୁ ଗୁରୁମାନଙ୍କୁ ଉତରୀୟ ସହ ଉପହାର ସ୍ୱରୂପ ବୃକ୍ଷଚାରା ପ୍ରଦାନ କରାଯାଇଥିଲ।। ଏଭଳି ଅଭିନବ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଉପହାରଟିଏ କିଣି ଦେଲେ ହୁଏତ ଆଜି ରହିବ, ହେଲେ କାଲି ନାହିଁ । କିନ୍ତୁ ଗୋଟିଏ ଔଷଧିୟ ଗଛ ଗୁରୁ ଶିକ୍ଷ୍ୟର ସମ୍ପର୍କକୁ ଯୋଡ଼ି ରଖିବ । ଏହି ଉପହାର ଜରିଆରେ ପ୍ରକୃତି,ପରିବେଶକୁ ସୁନ୍ଦର ରଖିବାକୁ ଛାତ୍ରଛାତ୍ରୀ ମାନେ ବାର୍ତା ଦେଇଥିଲେ । ସମାଜର ସମସ୍ତ ବର୍ଗ ଗୁରୁମାନଙ୍କର ମହାନିର୍ମାଣର ସାମାଜିକ ଉତ୍ପାଦନ । ଗୁରୁଦିବସ ସମାରୋହ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁଷ୍ଠାନର ଚେୟାରମ୍ୟାନ ଡ଼. ବି. ଆର. ପଟ୍ଟନାୟକ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ପ୍ରିନସିପାଲ ଡ଼ ଭୁପେନ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ । ସମ୍ମାନୀୟ ବକ୍ତା ଭାଇସ ଚେୟାରମ୍ୟାନ ଡ଼.ଶ୍ରୀ ପଟ୍ଟନାୟକ ଯୋଗ ଦେଇଥିଲେ ।ଇନ୍ଷ୍ଟିଟ୍ୟୁଟ ତଥା ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ତରଫରୁ ପ୍ରଫେସର ଡ. ଶୁଭଶ୍ରୀ ସାହୁ ଧନ୍ୟବାଦ ଦେବା ସହ ଛାତ୍ରଛାତ୍ରୀଙ୍କ ସଫଳତା କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛାତ୍ରଛାତ୍ରୀ,ଅଧ୍ୟାପକ, ଅଧ୍ୟାପିକାଙ୍କ ସମେତ ଅନୁଷ୍ଠାନର କର୍ମଚାରୀ ଉପସ୍ଥିତ ଥିଲେ ।