ରାୟଗଡା: ରେଳ ଷ୍ଟେସନ ଅଞ୍ଚଳରୁ ୨୧ କେଜି ୧୨୦ ଗ୍ରାମ ଗଞ୍ଜେଇ ଜବତ କଲା ଜିଲ୍ଲା ଅବକାରୀ ବିଭାଗ
ଶନିବାର ପୂର୍ବାହ୍ନରେ ରାୟଗଡ଼ା ରେଳ ଷ୍ଟେସନ ଅଞ୍ଚଳରୁ ୨୧କେଜି ୧୨୦ ଗ୍ରାମ ଗଞ୍ଜେଇ ଜିଲ୍ଲା ଅବକାରୀ ବିଭାଗ ଜବତ କରିଛି। ମଧ୍ୟପ୍ରଦେଶର ମହେନ୍ଦ୍ର କୁମାର ଯାଦବ ନାମକ ଜଣେ ବ୍ୟକ୍ତି ୨ ଟି ବ୍ୟାଗରେ ଗଞ୍ଜେଇ ନେଇ ଯାଉଥିବା ବେଳେ ଅବକାରୀ କର୍ମଚାରୀ ତାଙ୍କୁ ଗିରଫ କରିଥିଲେ । ପିଆର କେଶ୍ ନମ୍ବର ୩୦୨/୨୪-୨୫ରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି। ଓଆଇସି ସଞ୍ଜୟ କୁମାର ପ୍ରଧାନ, କନେଷ୍ଟବଳ ମେଲେକା କୁମାରୀ,ଜି ଧର୍ମାରାଓ, ସନ୍ଦୀପ କୁମାର ପାତ୍ର ଚଢ଼ାଉରେ ସାମିଲ ଥିଲେ।