ଗୋପାଳପୁର: ଲୋଚାପଡ଼ା ଠାରେ ଏକ ଟ୍ରକରେ ଲାଗିଲା ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
ବ୍ରହ୍ମପୁର ନିକଟସ୍ଥ ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ନିକଟରେ ଥିବା ଏକ ଗ୍ଯାରେଜ୍ ସମ୍ମୁଖରେ ଟ୍ରକ ରେ ଲାଗିଲା ନିଆଁ। ଗ୍ଯାରେଜ୍ ରେ ଟ୍ରକଟିର ମରାମତି ହେଉଥିବା ବେଳେ ଅଚାନକ ନିଆଁ ଲାଗି ଯାଇଥିଲା। ଶୁକ୍ରବାର ରାତିରେ ନିଆଁ ଲାଗି ଯାଇଥିବା ବେଳେ ତୁରନ୍ତ ଏନେଇ ଅଗ୍ନିଶମ ବାହିନୀକୁ ଖବର ଦିଆ ଯାଇଥିଲା। ତୁରନ୍ତ ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।