#Koraput #Boipariguda #Maoist #DVF #OdishaNews #BreakingNews
କୋରାପୁଟରେ ମାଓବାଦୀଙ୍କ ବୃହତ୍ ଅସ୍ତ୍ରଭଣ୍ଡାର ଠାବ 🚨
କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ଅଧୀନ ବଡ଼ଲିପାହାଡ଼ ଜଙ୍ଗଲରେ ଡିଭିଏଫ୍ର ଚଢ଼ାଉ ବେଳେ ମାଓବାଦୀଙ୍କ ଏକ ବଡ଼ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଭଣ୍ଡାର ଜବତ ହୋଇଛି। ଆତ୍ମସମର୍ପଣ କରିଥିବା ଜଣେ ମାଓବାଦୀଙ୍କ ସୂଚନା ଆଧାରରେ ଏହି ଅପରେଶନ କରାଯାଇଥିଲା। ଜବତ ସାମଗ୍ରୀ ମଧ୍ୟରେ ରହିଛି ଏକ INSAS ରାଇଫଲ, ୬ଟି ଦେଶୀ ବନ୍ଧୁକ, କ୍ଲେମୋର ମାଇନ, ଟିଫିନ ବୋମା IED, ମାଓବାଦୀ କିଟ୍ ବ୍ୟାଗ, ସାହିତ୍ୟ, ଔଷଧ ଓ ଖାଦ୍ୟ ସାମଗ୍ରୀ। ଏସ୍ ପି ରୋହିତ ବର୍ମାଙ୍କ ସୂଚନା ଅନୁଯାୟୀ, ଏହି ଅସ୍ତ୍ରଶସ୍ତ୍ର AOBSZC ମାଓବାଦୀ କ୍ୟାଡରଙ୍କର ହୋଇଥିବା ସନ୍ଦେହ କରାଯାଉଛି। ଅଞ୍ଚଳରେ SOG, DVF ଓ BSF ପକ୍ଷରୁ କମ୍ବିଂ ଅପରେଶନ ଜାରି ରହିଛି।