ଉଦଳା: କପ୍ତିପଦାରେ ଘରୁ ଲକ୍ଷାଧିକ ଟଙ୍କାର ସୁନା ଲୁଟ୍, ଟିଭି ଭାଙ୍ଗି ଠାକୁର ଘର ପହଞ୍ଚିଲେ ଲୁଟେରା
କପ୍ତିପଦା ଥାନା ବଡ଼ାମପଦା ଗ୍ରାମରେ ମେଲୋଡି ଦେଖିବାକୁ ଯାଇଥିବା ବେଳେ ଜୟନ୍ତ ରାଉତଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍ ହୋଇଛି। ଲୁଟେରାମାନେ ଘରର ଏଲ୍ଇଡ଼ି ଟିଭି ଭାଙ୍ଗିବା ସହ ପୂଜା ସାମଗ୍ରୀ ଫିଙ୍ଗି ଦେଇଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି।