ଝାରସୁଗୁଡା: ଏଚ କଁଟାପାଲି ସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ଏଡସ୍ ଦିବସ ପାଳିତ
ଝାରସୁଗୁଡା ଜିଲ୍ଲା ଏଚ କଁଟାପାଲି ସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ଏଡସ୍ ଦିବସ ପାଳିତ ହୋଇଛି l ଆଜି ଅପରାହ୍ନ ୩ ଟା ରୁ ୪ ଟା ଯାଏଁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୁବ ରେଡକ୍ରସ୍ ର ଜିଲ୍ଲା ସଂଯୋଜକ ପ୍ରାଧ୍ୟାପକ ସୁରେନ୍ଦ୍ର କୁମାର ପଧାନ ଓ ମୁଖ୍ୟ ବକ୍ତା ରୂପେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡ଼ିକାଲ୍ ଅଫିସର ଡା. ଆକାଶ ଅଗ୍ରୱାଲ ଯୋଗଦେଇ ଏଡସ ରୋଗର ଭୟାଭୟତା ବିଷୟରେ ବକ୍ତବ୍ୟ ପ୍ରଦାନ ପୂର୍ବକ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ l କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ , ଅଧ୍ୟାପିକା, ସଦସ୍ୟ ଓ କର୍ମଚାରୀ ଉପସ୍