ସମ୍ବଲପୁର ମ୍ୟୁନିସିପାଲଟି: ଦାନିପାଲି ଅଞ୍ଚଳରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ 5 ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ଅଇଁଠାପାଲି ପୋଲିସ
ଅଇଁଠାପାଲି ଥାନା ଅନ୍ତର୍ଗତ ଦାନିପାଲି ଅଞ୍ଚଳରେ ଆକାଶ ବାଗ ନାମକ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବରେ ଆକ୍ରମଣ କରିଥିବା ଘଟଣାରେ ପୋଲିସ 5 ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ତେବେ ଗିରଫ ଯୁବକଙ୍କ ନିକଟରୁ ଆକ୍ରମଣରେ ବ୍ୟବହୃତ ଛୁରୀ ଜବତ କରିଥିବା ବେଳେ ସମସ୍ତଙ୍କୁ କୋର୍ଟ ଚାଲାଣ ଆଜି ଅଇଁଠାପାଲି ପୁଲିସ ପକ୍ଷରୁ କରାଯାଇଥିବା ନେଇ ଆଜି ରାତିରେ ପୋଲିସ ସୁତ୍ରରୁ ସୁଚନା ମିଳିଛି।