ରାୟଗଡା: ସେଫ୍ଟି ଟାଙ୍କିରେ ଶ୍ବାସ ରୁଦ୍ଧ ହୋଇ ତରପାଗୁଡା ଗ୍ରାମରେ ୩ ଶ୍ରମିକ ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଗୁଲୁଗୁଲା ପଞ୍ଚାୟତର ତରପାଗୁଡା ଗ୍ରାମରେ। ମୃତ ଶ୍ରମିକ ହେଲେ ଜୀବଜଗତପୁର ଗ୍ରାମର ହରିଶ୍ଚନ୍ଦ୍ର ବୀରୋ, ପ୍ରକାଶ ଲିମା ଓ ଆଲୋକ କାରଡା । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘରର ସେଫ୍ଟି ଟାଙ୍କି ନିର୍ମାଣ ଚାଲିଥିବା ବେଳେ ଏହି ୩ ଶ୍ରମିକ ଶ୍ବାସ ରୁଦ୍ଧ ହୋଇ ମୃତ୍ୟୁ ବରଣ କରିଥିଲେ। ଅଗ୍ନିଶମ ବିଭାଗ ଓ ଆମ୍ବୁଲାନ୍ସକୁ ଗ୍ରାମବାସୀ ଖବର ଦେଇଥିଲେ। ମୃତକମାନଙ୍କୁ ପଦ୍ମପୁର ମେଡିକାଲ ନିଆଯାଇଥିଲା। ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ଓପିସିସି ରାଜ୍ୟ ସଂପାଦକ ରମିକାନ୍ତ ମାଝି ମେଡିକାଲରେ ପହଞ୍ଚି ମୃତ ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ ସାନ୍ତ୍ଵନା ଦେବା ସହ ସମବେଦନା ଜଣାଇଥିଲେ। ଡାକ୍ତର ସହ ଆଲୋଚନା ପରେ ଶବ ବ୍ୟବଚ୍ଛେଦ ପାଇଁ ଗୁଣୁପୁର ମେଡ଼ିକାଲକୁ ପଠାଯାଇଥିଲା।