SMS News Bureau Rourkela
ଓଡ଼ିଶା ର ଟାଣୁଆ ଆଦିବାସୀ ନେତା ସ୍ବର୍ଗତ ଜର୍ଜ ତିର୍କୀ ଙ୍କ ପ୍ରଥମ ପୂଣ୍ୟ ତିଥି ଝୁରମୁର ଠାରେ ଅନୁଷ୍ଠିତ ହେବ।
ବୀରମିତ୍ରପୁରର ପୂର୍ବତନ ବିଧାୟକ ତଥା ଆଦିବାସି ଜୁଝାରୁ ନେତା ସ୍ୱର୍ଗତ ଜର୍ଜ ତିର୍କୀଙ୍କ ପ୍ରଥମ ପୁଣ୍ୟତିଥି ପାଳନ ନିମନ୍ତେ ସେକ୍ଟର-୮, ରାଉରକେଲା ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।
ମାନ୍ୟବର ବିଧାୟକ ଶ୍ରୀ ରୋହିତ ଜୋସେଫ ତିର୍କୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ପୁଣ୍ୟତିଥି କାର୍ଯ୍ୟକ୍ରମ ଝୁନମୁର ଠାରେ ଆୟୋଜନ କରିବା ନିମନ୍ତେ ନିଷ୍ପତ୍ତି ନିଆଗଲା ଓ ସମସ୍ତ ପ୍ରସ୍ତୁତି ବିଷୟରେ ଆଲୋଚନା କରାଗଲା।
କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ବରିଷ୍ଠ ନେତା ଗୋପାଳ ସିଂ, ବିଧାୟକ ପ୍ରାର୍ଥନିଧି ଶଶି ସାଗର, ମହେଶ ସାହୁ, ବିଜେଡ଼ି ନଗର ସଭାପତି କୁନା ଦେଓ, ବିଧାୟକ ଙ୍କ ଆଇନଗତ ପରାମର୍ଶଦାତା ମହମ୍ମଦ ଏଜାଜ ଆଲମ, ଯୁବ ନେତା ପ୍ରମୋଦ ବୁଡ଼ା, ସୋମନାଥ ରାହା ,ନିମୟ ଆଚାର୍ଯ୍ୟ, ପ୍ରଦୀପ ସାହୁ, ଏମଡି ପର୍ବଇଜ,ଅମ୍ବର ଶେଖର ଦେଓ ଏବଂ ଅନନ୍ୟା ଜନସାଧାରଣ ମାନେ ଉପସ୍ଥିତ ଥିଲେ |