ଜୟନ୍ତୀପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ଠାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଓ ସଭା, ପ୍ରତିକ୍ରିୟା ରଖିଲେ ପୂର୍ବତନ ମନ୍ତ୍ରୀ
Chikiti, Ganjam | Nov 4, 2025
ଗଞ୍ଜାମ ଜିଲ୍ଲା ଚିକିଟୀ ବିଜୁ ଜନତା ଦଳ ପକ୍ଷରୁ ପାତ୍ରପୁର ବ୍ଲକରେ ବିଶାଳ ଜନସମ୍ପର୍କ ପଦଯାତ୍ରା ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଯାତ୍ରା ସାମନ୍ତିଆପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଚୁଡିଆଲାଞ୍ଜି ଓ ଆମ୍ବଗାଁ ମଧ୍ୟସ୍ଥଳି ସ୍ଥିତ ଗୋଇମୁଣ୍ଡି ମନ୍ଦିର ଠାରୁ ବିଶାଳ ପଦଯାତ୍ରାରେ ବାହାରି ଜୟନ୍ତୀପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ଠାରେ ଆୟୋଜିତ ସଭା ସ୍ଥଳରେ ପହଞ୍ଚିଥିଲା। ରାଜ୍ୟରେ ବିଜେପିର ବିଫଳତା ସମ୍ପର୍କରେ ବିଭିନ୍ନ ନାରା ଦେଇ ପଦଯାତ୍ରା ପରିକ୍ରମା କରାଯାଇଥିଲା।