ବୀରମିତ୍ରପୁର: ନୂଆଗାଁ ବ୍ଲକ ଅନ୍ତର୍ଗତ ପଞ୍ଚାୟତ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟ, ନୂଆଗାଁରେ ବାର୍ଷିକ ଉତ୍ସବ ଅନୁଷ୍ଠିତ
ନୂଆଗାଁ ବ୍ଲକ ଅନ୍ତର୍ଗତ ପଞ୍ଚାୟତ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟ, ନୂଆଗାଁରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ପ୍ରଧାନ ଶିକ୍ଷୟତ୍ରୀ ପ୍ରତିମା ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥିଭାବେ ନୂଆଗାଁ ବ୍ଲକ ଅଧ୍ୟକ୍ଷା ବିଶ୍ବାସୀ ଟପ୍ନୋ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତାଭାବେ ନୂଆଗାଁ ବ୍ଲକ ଶିକ୍ଷାଧିକାରୀ ସାଲଗିମୁନି ଟୁଡୁ ଯୋଗ ଦେଇଥିଲେ।ସମ୍ମାନିତ ଅତିଥିଭାବେ ବିଦ୍ୟାଳୟ ପରିଚାଳନା କମିଟର ସଭାପତି ହରେକୃଷ୍ଣ ୟାଦବ,ପୂର୍ବତନ ନୂଆଗାଁ ବ୍ଲକ ଅଧ୍ୟକ୍ଷ ମକଲୁ ଏକ୍କା,ନୂଆଗାଁ କ୍ଲଷ୍ଟରର ସି.ଆର.ସି.ସି ଅଘନୁ ବାରୱା,ଅବସରପ୍ରାପ୍ତ ଶିକ୍ଷକ ସୁଦାମ ଚନ୍ଦ୍ର ସାହୁ ପ୍ରମ