ଜୁନାଗଡ଼ ବ୍ଲକରେ ଚଳିତବର୍ଷ ୨୮ ହଜାର ୬୬୭ ହେକ୍ଟର ଜମିରେ ଧାନ ଚାଷ କରାଯାଇଛି । ତନ୍ମଧ୍ୟରୁ କେନ୍ଦୁପାଟି ପଞ୍ଚାୟତରେ ୯୧୫ ହେକ୍ଟର ଜମିରେ ଧାନ ଚାଷ କରିଛନ୍ତି । ବାତ୍ୟା ମୋନ୍ଥା ପାଇଁ ପାଚିଲା ଧାନ ଏବେ ବିଲରେ ରହିଛି । ବର୍ଷା ଓ ପବନ ମାଡ଼ ଖାଇ ଧାନ ତଳେ ପଡ଼ିଯାଇଛି । କେନ୍ଦୁପାଟି ଗାଁ ର ଚାଷୀଙ୍କ ଧାନ ବର୍ଷା ବିତ୍ପାତ ଯୋଗୁଁ ଗଜା ହୋଇଯାଇଥିବା ପ୍ରତିକ୍ରିୟା ରଖିଛନ୍ତି ଚାଷୀ।