ପୋଲସରା: ପୋଲସରା ରେ ପଞ୍ଚକୁଣ୍ଡିଆ ବିଶ୍ଵଶାନ୍ତି ମହାଯଜ୍ଞ ନିମନ୍ତେ କଳସ ଯାତ୍ରା
ଗଞ୍ଜାମ ଜିଲ୍ଲା ପୋଲସରା ସହରରେ ଶ୍ରୀଜଗନ୍ନାଥ ଚେତନା ସମିତି ପକ୍ଷରୁ ପାଞ୍ଚରାତ୍ର ପ୍ରବଚନ, ପାରାୟଣ ଓ ପଞ୍ଚକୁଣ୍ଡିୟ ବିଶ୍ଵଶାନ୍ତି ମହାଯଜ୍ଞ, ଘୃତଯଜ୍ଞ ନିମନ୍ତେ ଆଜି କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୋଲସରା କଲେଜ୍ ଛକ ନିକଟ ପଡ଼ିଆରୁ ଶ୍ରଦ୍ଧାଳୁ ମାନେ ବିରାଟ ଶୋଭାଯାତ୍ରାରେ ବାହାରି ପୋଲସରା ଓଇରାଣୀ ପୁଷ୍କରିଣୀରେ ପହଞ୍ଚିଥିଲେ । ସେଠାରେ ସଂସ୍ଥାପକ ସୁବ୍ରତ କୁମାର ତ୍ରିପାଠୀଙ୍କ ତତ୍ବାବଧାନରେ ପୂଜାର୍ଚ୍ଚନା ପରେ ଶ୍ରଦ୍ଧାଳୁ ମାନେ କଳସରେ ଜଳ ଧରି ନଗର ପରିକ୍ରମା ପରେ ଯଜ୍ଞ ସ୍ଥଳରେ ପହଞ୍ଚି ଥିଲେ ।