ସମ୍ବଲପୁର ମ୍ୟୁନିସିପାଲଟି: ବୁର୍ଲା ପେଟ୍ରୋଲପମ୍ପ ଛକ ଠାରେ ବୁର୍ଲା ଗଣ୍ଡାସମାଜ କଲ୍ୟାଣ ପରିଷଦ ପକ୍ଷରୁ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ
ବୁର୍ଲା ପେଟ୍ରୋଲ ପମ୍ପ ଛକ ଠାରେ ଆଜି ରାତିରେ ବୁର୍ଲା ଗଣ୍ଡା ସମାଜ କଲ୍ୟାଣ ପରିଷଦ ପକ୍ଷରୁ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା। ବୁର୍ଲା ଗଣ୍ଡା ସମାଜ କଲ୍ୟାଣ ପରିଷଦର ସଭାପତି ଅଜିତ ମହାନନ୍ଦଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି କାଯ୍ୟକ୍ରମରେ ପରିଷଦର ସବୁ ସଭ୍ୟ ମାନେ ଉପସ୍ଥିତ ରହି ହାତରେ ମହମଵତି ଧରି ବୁର୍ଲା ପେଟ୍ରୋଲ ପମ୍ପ ଛକକୁ ପରିକ୍ରମା କରିବା ପରେ ଛକରେ ମହମବତି ରଖି ପହଲଗାମ ମୃତକଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।